『ତେଜୋବିନ୍ଦୁ ଉପନିଷଦ: 1 (ବ୍ରହ୍ମଜ୍ଞାନ ଓ ଯୋଗ ସାଧନା)』のカバーアート

ତେଜୋବିନ୍ଦୁ ଉପନିଷଦ: 1 (ବ୍ରହ୍ମଜ୍ଞାନ ଓ ଯୋଗ ସାଧନା)

ତେଜୋବିନ୍ଦୁ ଉପନିଷଦ: 1 (ବ୍ରହ୍ମଜ୍ଞାନ ଓ ଯୋଗ ସାଧନା)

無料で聴く

ポッドキャストの詳細を見る

概要

ତେଜୋବିନ୍ଦୁ ଉପନିଷଦ ଅନୁଯାୟୀ ବ୍ରହ୍ମ ଧ୍ୟାନ ହିଁ ସର୍ବଶ୍ରେଷ୍ଠ। ଜିତେନ୍ଦ୍ରିୟ ଓ ଅହଂକାରଶୂନ୍ୟ ବ୍ୟକ୍ତି ହିଁ ଏହାର ଅଧିକାରୀ। ଏଥିରେ ଯୋଗର ୧୫ ଅଙ୍ଗ ମାଧ୍ୟମରେ ଆତ୍ମସାକ୍ଷାତ୍କାରର ମାର୍ଗ ବର୍ଣ୍ଣିତ। ସମସ୍ତ ଜଗତକୁ ବ୍ରହ୍ମମୟ ଦେଖିବା ଏବଂ "ମୁଁ ବ୍ରହ୍ମ" ଏହି ଅଦ୍ୱୈତ ଭାବରେ ସ୍ଥିର ରହିବା ଦ୍ୱାରା ହିଁ ପରମ ମୋକ୍ଷ ଓ ଆନନ୍ଦ ପ୍ରାପ୍ତି ହୁଏ।

ଉପନିଷତ୍ ପରିଚୟ : କୃଷ୍ଣଯଜୁର୍ବେଦୀୟ ଏହି ଉପନିଷଦରେ ମୋଟ ଛଅଗୋଟି ଅଧ୍ୟାୟ ରହିଛି । ଏଥିରେ କୁହାଯାଇଛି କି, ତେଜର ବିନ୍ଦୁକୁ ଧ୍ୟାନ କରିବା ଉତ୍କୃଷ୍ଟ ଧ୍ୟାନ ଅଟେ । ସେ ଅଗୋଚର ଏବଂ ହୃଦୟସ୍ଥିତ ଅଟନ୍ତି । ମୁନିଗଣ ଏବଂ ବୁଦ୍ଧିମାନଙ୍କୁ ମଧ୍ୟ ଏହି ଜ୍ଞାନ ଦୁଃସାଧ୍ୟ, ଦୁଃସେବ୍ୟ ଏବଂ ଦୁର୍ଦୃଶ୍ୟ ଅଟେ । ମିତାହାରୀ, କ୍ରୋଧରହିତ ଏବଂ ଜିତେନ୍ଦ୍ରିୟ, ସୁଖଦୁଃଖାଦି-ଦ୍ୱନ୍ଦ୍ୱରହିତ, ଅହଂକାର-ଆଶା-ତୃଷ୍ଣା-ରହିତ, ଉତ୍ସାହୀ ଏବଂ ସଦ୍‌ଗୁରୁଙ୍କ ଅନୁଗ୍ରହ ପ୍ରାପ୍ତକାରୀ ହିଁ ଏଭଳି ଧ୍ୟାନ କରିବାର ଅଧିକାରୀ ଅଟନ୍ତି । ସର୍ବସାଧାରଣଙ୍କ ନିମନ୍ତେ ଅପ୍ରତୀତ, ନିରଧିଷ୍ଠାନ, ସୂକ୍ଷ୍ମାତିସୂକ୍ଷ୍ମ ବ୍ରହ୍ମ ବିଷ୍ଣୁଙ୍କର ଆଶ୍ରୟସ୍ଥଳ ଅଟେ । ସେ ତ୍ରିଲୋକଜନକ, ତ୍ରିଗୁଣାଶ୍ରୟ, ନୀରୂପ, ନିଶ୍ଚଳ, ନିର୍ବିକଳ୍ପ, ନିରବଲମ୍ବ, ନିରୂପାଧିକ, ଆନନ୍ଦରୂପ ଅଟନ୍ତି । ସେ ଅଜନ୍ମା, ଅବିକାରୀ, ଶାଶ୍ୱତ, ଅଚଳ, ଅବିନାଶୀ ବ୍ରହ୍ମ ଅଟନ୍ତି, ସେ ହିଁ ଆତ୍ମା ଅଟନ୍ତି । ସେ ହିଁ ଜ୍ଞାନୀମାନଙ୍କର ପରମ ଗତି ଅଟନ୍ତି । କାମ, କ୍ରୋଧ, ଲୋଭ, ମୋହ, ଭୟ, ଦର୍ପାଦିକୁ ତଥା ଶୀତୋଷ୍ଣାଦି, ମାନାପମାନାଦି, କ୍ଷୁଧା-ତୃଷା ଆଦିର ଅସହିଷ୍ଣୁତାକୁ ତଥା କୁଳାଭିମାନାଦି ବାସନାସମୂହକୁ ଛାଡ଼ି ବ୍ରହ୍ମସାକ୍ଷାତ୍କାର ହୋଇପାରେ । (ବିରଜାନନ୍ଦ ସ୍ୱାମୀଙ୍କ ଦ୍ୱାରା ପ୍ରକାଶିତ ଏହି ଉପନିଷଦ୍ କେବଳ ତେରଗୋଟି ମନ୍ତ୍ର ଯୁକ୍ତ ଅଟେ ହେଲେ ନିର୍ଣ୍ଣୟସାଗର ଦ୍ୱାରା ପ୍ରକାଶିତ ‘ଅଷ୍ଟୋତ୍ତରଶତୋପନିଷଦଃ’ରେ ସଂଗୃହୀତ ଉକ୍ତ ଉପନିଷତ୍-ର ଛଅଗୋଟି ଅଧ୍ୟାୟ ରହିଛି । ଏଠାରେ ତାହାର ଅନୁସରଣ କରାଯାଉଛି, ଯେହେତୁ ତାହା ତତ୍ତ୍ୱପୂର୍ଣ୍ଣ।)

まだレビューはありません